କୋଶଳିଆ ମାଲି ସମାଜ ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ପୁଖାମୁଣ୍ତା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କୋଶଳିଆ ସମାଜ ବିକାଶ ପରିଷଦର ସାଧାରଣ ସଭା ମକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଶଳିଆ ମାଳି ସମାଜର ବିକାଶ, ସଂସ୍କାର ଓ ସଂଗଠନ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ସର୍ବ ସମ୍ମତି କ୍ରମେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ଅନୁମୋଦନ କରାଯାଇଥିଲା । ପ୍ରତିବର୍ଷ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହେବ । ଭବିଷ୍ୟତରେ ନାରୀ ଏବଂ ଯୁବଶକ୍ତିକୁ ବ୍ୟାପକ ସଂଖ୍ୟାରେ ସଂଗଠନ ସାମିଲ କରାଯିବ । ପ୍ରତିବର୍ଷ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ପାଇଁ ନିମ୍ନଲିଖିତ ନଅ ଜଣିଆ କମିଟି ଗଠନ କରାଯାଇଥିଲା । ସେମାନେ ହେଲେ ସର୍ବ ସୁଶାନ୍ତ ପଟେଲ, ରଞୀତ ପଟେଲ, ପ୍ରହଲ୍ଲାଦ ପଟେଲ, ନିର୍ମଳ ପଟେଲ, କେଶବ ପଟେଲ, ଯଦୁମଣି ପଟେଲ, ହରିବୋଲ ପଟେଲ, ପଞ୍ଚାନନ ଚୌଧୁରୀ ଓ ବିଜୟ ପଟେଲ । ପରିଶେଷରେ ପ୍ରକାଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.