jittmm
sonalika

ଆଜି ସାବିତ୍ରୀ ବ୍ରତ : ଫଳ ଦୋକାନରେ ଦରଦାମରେ ନିଆଁ ସେଓ ୨୬୦କୁ ଅଙ୍ଗୁର, ସାନ୍ତ୍ରା, ଡାଳିମ୍ବ ୨୦୦ ପାର୍

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସାବିତ୍ରୀ ବ୍ରତ । ହିନ୍ଦୁ ପରମ୍ପରା ଅନୁଯାୟୀ ପରିବାରର ବିବାହିତ ମହିଳାମାନେ ସ୍ୱାମୀଙ୍କ ଶୁଭମନାସୀ ନୀତି ନିୟମ ଅନୁସାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏଥିପାଇଁ ରାସ୍ତା କଡ଼, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି । ବ୍ରତ ପୂର୍ବରୁ ଫଳ ଦୋକାନରେ ଲାଗିଛି ନିଆଁ । ଦରଦାମ ଯାହା ହେଉନା କାହିଁକି ଯେ କୌଣସି ମତେ ଓଡ଼ିଆ ବୋହୂ ଟିଏ ଉପରୋକ୍ତ ଜିନିଷ କିଣି ପାରମ୍ପାରିକ ସାବିତ୍ରୀ ବ୍ରତ ପାଳନ କରିବାକୁ ଯାଉଛନ୍ତି । ଶଙ୍ଖା ସିନ୍ଦୁରଠାରୁ ଶାଢ଼ୀ, ବ୍ରତ, ଚୁଡ଼ି, ନଡ଼ିଆ, କଦଳୀଠାରୁ ଆରମ୍ଭ କରି ସପୁରୀ ପଣସ ଯାଏଁ ସବୁ ଦରକାର । ସୋମବାର ସାବିତ୍ରୀ ବ୍ରତ ସେଥିପାଇଁ ପତ୍ନୀମାନେ ସ୍ୱାମୀଙ୍କୁ ଧରାଇ ଦେଇଛନ୍ତି ଲମ୍ବା ଚିଠା । ସ୍ୱାମୀମାନେ ଟଙ୍କା ଧରି ବଜାରକୁ ଯିବା ପରେ ଆକାଶ ଛୁଆଁ ଦର ଦେଖି ସେମାନଙ୍କ ହୋସ୍ ଉଡ଼ିଯାଉଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଆକାଶ ଛୁଆଁ ହୋଇଛି । ଦେଓଗାଁ ଅଞ୍ଚଳର ଫଳ ଦୋକାନ ଗୁଡିକରେ ସେଓ କିଲୋ ୨୬୦ଟଙ୍କା ଉପରେ ରହିଛି । ଲିଚୁ ଗୋଟାକୁ ୧୦ଟଙ୍କା ପଡ଼ୁଥିବା ବେଳେ କେଜିକୁ ପ୍ରାୟ ୫୦୦ଟଙ୍କାରୁ ଅଧିକରେ ବିକ୍ରି ଚାଲୁଛି । ଅଙ୍ଗୁର, ସାନ୍ତରା, ଡାଳିମ୍ବ ୨୦୦ ପାର ରହିଛି କେଜି ପିଛା ଦର । ଓଷା ପାଇଁ ଲୋକମାନେ ବାଧ୍ୟ ହୋଇ କିଏ କିଲୋ ଜାଗାରେ ଅଧା କିଲୋ କିଣୁଛି ତ ଆଉ କିଏ ଅଢ଼େଇଶହ ଗ୍ରାମ କିଣି କାମ ଚଳାଇବାକୁ ମଧ୍ୟ ବାଧ୍ୟ ହେଉଛନ୍ତି ।

ଦେଓଗାଁ ଅଞ୍ଚଳରେ ରବିବାର ଫଳର ଦାମ
ଫଳର ନାମ ଦର (କେଜି ପ୍ରତି)
——— ————
ଲିଚୁ ୫୦୦
ସେଓ ୨୬୦
ଅଙ୍ଗୁର ୨୦୦
ସାନ୍ତରା ୨୦୦
ଡାଳିମ୍ବ ୨୦୦
କଦଳୀ ୬୦ (ଡଜନ)
ଆମ୍ବ ୬୦
ପଇଡ଼ ୬୦ (ଗୋଟା)
ସପୁରୀ ପଣସ ୪୦ (ଗୋଟା)
ତରଭୁଜ ୩୦

Leave A Reply

Your email address will not be published.