jittmm

୧୫ ଦିନ ଭିତରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଜିଲ୍ଲା କୋମନା ବ୍ଲକ ଧରମପୁର ଗାଁଠାରୁ ହାତୀସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି । ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାରୁ ଚାଷୀମାନେ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୫ଦିନ ଭିତରେ କ୍ଷତିପୂରଣ ସହାୟତା ରାଶି ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ ତରବୋଡ ପଞ୍ଚାୟତ ଧରମପୁର ଓ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁର ପାଖାପାଖି ୩୦ ଚାଷୀଙ୍କ ଜମି ଯାଇଛି । ଜମିର ଉଭୟ ପାର୍ଶ୍ୱରେ ମାଟି ପୋତିହୋଇ ଯାଇଥିବାରୁ ଚାଷ କାର୍ଯ୍ୟରେ ବାଧା ଉପୁଜୁଛି । ଏହାକୁ ନେଇ ଚାଷୀମାନେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରଘୁ ବନଛୋର, ପ୍ରତାପ କଟା, ଗୋବର୍ଦ୍ଧନ ମାଝିଙ୍କ ସମତେ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.