csstore

ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ ହେଲେ ସମିତି ସଭ୍ୟସଭ୍ୟା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ସରପଞ୍ଚଙ୍କ ବିରୋଧରେ ଅନସ୍ତା ପାଇଁ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସମିତି ସଭ୍ୟ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଂଚାୟତର ସରପଞ୍ଚ ପଦ୍ମା ଦୁରୁଆଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁପ୍ତେଶ୍ୱରର ସମିତି ସଭ୍ୟଙ୍କ ସହ ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ଉପଜିଲ୍ଲାପାଳଙ୍କ ଲିଖିତ ଅଭିଯୋଗ ସହ ଅନାସ୍ଥା ପ୍ରସ୍ତାବ ଗ୍ରହଣ ପାଇଁ ଦାବି କରିଛନ୍ତି । ସରପଞ୍ଚ ଗତ ୫ ମାସ ହେବ କୌଣସି ବୈଠକ କରୁନାହାନ୍ତି, ଗ୍ରାମ ପଂଚାୟତର ବିକାଶ ଯୋଜନାରେ ମନମୁଖୀ ଭାବେ ପ୍ରକଳ୍ପ ରଖିବା ସହ କାର୍ଯ୍ୟ କରୁଛନ୍ତି । କୌଣସି ୱାର୍ଡ ସଭ୍ୟଙ୍କୁ କୌଣସି ସୂଚନା ଦେଉନଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଅନାସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.