jsm

ବଙ୍ଗୋମୁଣ୍ଡାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ । ବିଡ଼ିଓ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସାଂସଦ ପ୍ରତିନିଧି ଅନିଲ ନାଏକ, ବଙ୍ଗୋମୁଣ୍ଡା ଜୋନ ଜିଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ସିନ୍ଧେକେଲା ଜୋନ ଜିଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ । ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ଗତ ବୈଠକର ବିବରଣୀ ପଠନ କରିଥିଲେ । ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ସଭାଗୃହରେ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷଙ୍କ ପାର୍ଶ୍ଵରେ ଚାରୋଟି ଚୌକି ପଡିଥିବା ବେଳେ ସାଂସଦ ପ୍ରତିନିଧି ଅନିଲ ନାଏକ ଅସନ୍ତୋଷ ପ୍ରକାଶ କରି ମୁଁ ବସିବି ନାହିଁ ବୋଲି ବି କହିବା ପରେ ସାଂସଦ ପ୍ରତିନିଧିଙ୍କୁ ଉଦ୍ଦିଷ୍ଟ ଚୌକିରେ ବସିବା ପାଇଁ ଅନୁରୋଧ କରି ପାର୍ଶ୍ଵରେ ଥିବା ଚୌକିରେ ବିଡ଼ିଓ ବସିଥିଲେ । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ସମସ୍ୟା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ସରପଞ୍ଚ, ସମିତି ସଭ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ନବ ନିର୍ମିତ ସଭା ଗୃହକୁ ଉଦଘା୍‌ଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ଓମ ପ୍ରକାଶ କୁମ୍ଭାର, ଜିଲା ପରିଷଦ ଦାମ ସୁନା, ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ବିଡ଼ିଓ ବାସନ୍ତୀ ସେଠୀ ଏବଂ ସରପଞ୍ଚ, ସମିତି ସଭ୍ୟଙ୍କ ଉପସ୍ଥିତିରେ ନୂତନ ସଭା ଗୃହକୁ ଉଦ୍‌ଘାଟନ କରାଯାଇଥିଲା । ଉଦଘାଟନ କରାଯାଇଥିବା ଫଳରେ ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନାଙ୍କ ନାମ ଥିବାରୁ ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.