jsm

ରକ୍ତଦାନ କରି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଯୁବ କଂଗ୍ରେସ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସରକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ତିରୋଧାନ ଦିବସ ଅବସରରେ ଏବଂ ଜମ୍ମୁ କାଶ୍ମୀର ସ୍ଥିତ ପହଲଗାମଠାରେ ସହୀଦ ହୋଇଥିବା ଭାରତୀୟଙ୍କ ସ୍ମୃତିରେ ଭାରତୀୟ ଯୁବ କଂଗ୍ରେସର ଡାକରାରେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ଯୁବ ନେତା ତଥା ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ମହାରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରକୁ ବଲାଙ୍ଗିର ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଯୋଗଦାନ କରି ଉଦ୍‌ଘାଟନ କରିଥିଲେ ଏବଂ ରକ୍ତଦାତାମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିବା ବେଳେ ଏହି ଶିବିରରେ ବହୁ ମାତ୍ରାରେ ରକ୍ତଦାତା ଆସି ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଓମ୍‌ ପ୍ରକାଶ କୁମ୍ଭାର, ଅନିଲ ମେହେର, ଚିନ୍ମୟ ବେହେରା, ଅଜୟ ବାଲି, ଅସୀତ ମିିଶ୍ର, ଅଜିତ ମହାନନ୍ଦ, ସଂଜିବ ନାଗ, ବ୍ରଜ କିଶୋର ସେଠି, ଅନ୍ତ ମଛଖଣ୍ଡ, ପଂଚାନନ ଷାଣ୍ଢ ଓ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.