jittmm

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାରେ ପାସ୍‌ ହାର ୯୮%

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୯୮% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭୫ ଜଣ ଛାତ୍ରଛାତ୍ରୀ, ଦ୍ଵିତୀୟ ଶ୍ରେଣୀରେ ୨୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ଛାତ୍ରୀ ରେଖାରାଣୀ ପଧାନ ୫୪୭ ମାର୍କ (୯୧ ପ୍ରତିଶତ) ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଅଙ୍କିତା ପଧାନ ୫୩୦ ମାର୍କ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିକି ବହିଦାର ୪୯୬ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଅନୁଷ୍ଠାନର ୩୦ ଜଣ ଛାତ୍ରଛାତ୍ରୀ ବିଷୟ ଭିତ୍ତିକ ୯୦% କ୍ଳବରେ ୯୦%ରୁ ଅଧିକ ମାର୍କ ରଖି କୃତକାର୍ୟ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ସଫଳତାର ଶ୍ରେୟ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ.ପ୍ରଦୀପ ଷଡ଼ଙ୍ଗୀ, ଅଧ୍ୟକ୍ଷ ଡ.ଅନଙ୍ଗ ଉଦୟ ନାୟକ ଓ ଉପାଧକ୍ଷା ଡ.ଅଙ୍କିତା ଶୁଭସ୍ମିତା ଗଡ଼ତ୍ୟା ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି, କାରଣ ସେହିମାନଙ୍କ ଉଚିତ ମାର୍ଗ ଦର୍ଶନ ଓ ପରାମର୍ଶ ଯୋଗୁଁ ହିଁ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ବାସ୍ତବରେ ଛାତ୍ରଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପ୍ରଶଂସନୀୟ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ।

Leave A Reply

Your email address will not be published.