
- ହାତୀ ଦଳିଦେବାରୁ ବୃଦ୍ଧ ମୃତ
ଦେଓଗାଁ, (ମନୀଷ କୁମାର ସାହୁ) : ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ। ଦେଓଗାଁ ଥାନା ଡାହିମାଲ୍ ଗାଁରେ ଦଲିଦେଲା ହାତୀ। ହାତୀ ଦଳିଦେବାରୁ ଘଟଣା ସ୍ଥଳରେ ଉଡିଗଲା ପ୍ରାଣ ବାୟୁ । ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଥିବା ହାତୀପଲ ଜଣେ ବୃଦ୍ଧଙ୍କ ଜୀବନ ନେଇଥିବା ଜଣାପଡ଼ିଛି। ତେବେ ଜଙ୍ଗଲ ଭିତରେ ଘର କରି ରହୁଥିବା ଜଣେ ବୃଦ୍ଧଙ୍କୁ ହାତୀ ଦଲିଦେବାରୁ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡିଯାଇଛି। ତେବେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଡ଼ାହିମାଲ ଗାଁର ସୀତାରାମ ଭୋଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ହାତୀ ଜଙ୍ଗଲ ଭିତରେ ରହୁଥିଲେ ବି ବନ ବିଭାଗ ଠିକ୍ ଭାବରେ ଲୋକଙ୍କୁ ସଚେତନ କରୁନଥିବାରୁ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି। ଏନେଇ ଘଟଣା ସ୍ଥଳରେ ସଇଁତଲା ବନ ବିଭାଗ ଓ ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।