
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ କଟକ ଅର୍ବାନ ହସ୍ପିଟାଲର ସୁନାମ ଧନ୍ୟ ଚିକିତ୍ସକ ଡଃ. ମହମ୍ମଦ ଜାଭେଦ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସରକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲି । ସାମ୍ବାଦିକ ସଂଘ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଖଣ୍ଡପଡ଼ା ସହରାଞ୍ଚଳ ଓ ଆଖପାଖ ଅଞ୍ଚଳରୁ ୪୦ବର୍ଷରୁ ଅଧିକ ୧୭୫ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ଅନେକ ବ୍ୟକ୍ତିଙ୍କୁ ମଧୁମେହ, ଦନ୍ତ ପରୀକ୍ଷା ଓ ରକ୍ତଚାପ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ସେବନ ନିମନ୍ତେ କଟକ ଅର୍ବାନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅର୍ବାନ ହସ୍ପିଟାଲ ପକ୍ଷରୁ ଅଭିଜ୍ଞ ଡାକ୍ତରମାନେ ଶିବିରରେ ଯୋଗଦେଇଥିଲେ ଏବଂ ଖଣ୍ଡପଡ଼ା ସାମ୍ବାଦିକ ସଂଘର ସମସ୍ତ ଉଦ୍ୟୋକ୍ତା ଏଥିରେ ସହଯୋଗ କରିଥିଲେ ।