
ଜୟପୁର : କଂଗ୍ରେସ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । କୋଟିଆକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ କରିବେ ପ୍ରୟାସ । ଆନ୍ଧ୍ରର ୨ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏଥିରେ ସାମିଲ ପାଇଁ ଯୋଜନା । କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ କରୁନାହାଁନ୍ତି । କୌଣସି ରାଜନୈତିକ ଦଳରେ ରହି କୋଟିଆ ପାଇଁ ଲଢେ଼ଇ କରିବା ସମ୍ଭବ ନୁହେଁ । ତେଣୁ ସେ କୌଣସି ରାଜନୈତିକ ଦଳରେ ନରହି କୋଟିଆ ପାଇଁ ଲଢେ଼ଇ କରିବେ ବୋଲି କହିଛନ୍ତି । ତେବେ କୋଟିଆ କେବଳ ଏକ ବାହାନା । ପିସିସିର ନୂଆ କମିଟିରେ ଯୁବ ନେତୃତ୍ୱକୁ ସ୍ଥାନ ମିଳିଛି । ବରିଷ୍ଠ ନେତା ଅଲୋଡ଼ା ହୋଇ ପଡିଛନ୍ତି । ଏହାକୁ ନେଇ ଜୟରାମ ପାଙ୍ଗି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ତେଣୁ ସେ ଦଳ ଛାଡିବା ପାଇଁ କୋଟିଆକୁ ପ୍ରସଙ୍ଗ କରୁଥିବା ଅନୁମାନ କରାଯାଉଛି ।