oom

ପରଲୋକରେ ବରିଷ୍ଠ ବିଜେପି ନେତାଙ୍କ ବଡବାପା ଭୁବନେଶ୍ଵର ପଟେଲ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଗାଁ ବରିଷ୍ଠ ବିଜେପି ମଦନମୋହନ ପଟେଲଙ୍କ ବଡବାପା ଭୁବନେଶ୍ଵର ପଟେଲଙ୍କ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ୨ ପୁଅ ପରମାନନ୍ଦ ପଟେଲ, ସଦାନନ୍ଦ ପଟେଲ, ଝିଅ, ନାତି ନାତୁଣୀ, ବନ୍ଧୁ ବାନ୍ଧବଙ୍କୁ ତାଙ୍କ ପଛରେ ଛାଡି ଚାଲିଯାଇଛନ୍ତି । ସ୍ୱର୍ଗତ ପଟେଲ ଜଣେ ଆର୍ଦଶ ଚାଷୀ, ଧର୍ମପରାୟଣ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଗାଁ ନିକଟ ଶ୍ମଶାନରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ପରମାନନ୍ଦ ପଟେଲ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.