centurian jitm

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ ଖଇରକାଠ ଚାଲାଣ ହେଉଥିବା ବେଳେ ଗାଡିକୁ ଜବତ କରି ବନ ବିଭାଗକୁ ହନ୍ତାସ୍ତର କରିଛି । ସଇଁତଲା ବନ ବିଭାଗ ଅଧିକାରୀ ସାଗର ରାଜ ନାଏକଙ୍କ ସୂଚନା ମୁତାବକ, ଗତକାଲି ପୋଲିସ ଖଇରକାଠ ଜବତ କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲା । ହସ୍ତାନ୍ତର କରିବା ପରେ ବନ ବିଭାଗ ତଦନ୍ତ ଜାରି ରଖିଛି । ଗାଡିକୁ ଜବତ କରି ବିପୁଳ ପରିମାଣରେ ଖଇରକାଠ ଜବତ କରିଥିବା ବେଳେ କାଠର ମୂଲ୍ୟ ୪୦ ହଜାରରୁ ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତ ଫେରାର ମାରି ଥିବା ସୂଚନା ମିଳିଛି । ଗାଡି ମାଲିକ କିଏ ? କାଠ କେଉଁଠିକୁ ଚାଲାଣ ହେଉଥିଲା ତାହା ସବୁ ତଦନ୍ତ ଜାରି ରହିଥିବା ବନ ବିଭାଗ ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.