centurian jitm

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ କୁସୁମିତା ଗାଁର ଜଣେ ବୃଦ୍ଧା ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ମହିଳାକୁ ହାତୀ ଟେକି କଚାଡିଦେଇଛି । ଅବିବାହିତା ବୃଦ୍ଧାକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି । ସୂଚନା ମୁତାବକ, କୁସୁମିତା ଗାଁର ଜଣେ ଅବିବାହିତା ବୃଦ୍ଧା ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଆମ୍ବ ଗୋଟାଇବା ବେଳେ ବୃଦ୍ଧା ଜଣକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ବୃଦ୍ଧାକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଯାହା ଫଳରେ ବୃଦ୍ଧା ଜଣଙ୍କ ଗୁରୁତର ହୋଇଥିଲେ । ଅବିବାହିତା ବୃଦ୍ଧାକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.