centurian jitm

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ପ୍ରଥମ ମ୍ୟାଚ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଫ୍ରେଣ୍ଡସ ଉଇନାଇଟେଡ଼ଫୁଟବଲ କ୍ଲବ, ଗୋପୀବଲ୍ଲଭପୁର ଶିମିଳିପାଳ ଫୁଟବଲ କ୍ଲବ, ଭୋଳାଗଡ଼ିଆକୁ ଟାଇବ୍ରେକର ଜରିଆରେ ୪- ୩ ଗୋଲରେ ପରାସ୍ତ କରି ଫାଇନାରେ ପ୍ରବେଶ କରିଛି । ଦ୍ଵିତୀୟ ମ୍ୟାଚରେ ୨ୟ ସେମିଫାଇନାଲରେ ଝାଞ୍ଜଡ଼ାପାଳ ଫୁଟବଲ କ୍ଲବ ରୟାଲ ଫୁଟବଲ କ୍ଲବକୁ ୧ – ୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପିତାମ୍ବର ମୁର୍ମୁ ଏକ ମାତ୍ର ଗୋଲ କରିଥିଲେ । ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ଖେଳାଳି ଲଲାଟେନ୍ଦୁ ବେହେରା, ମନୋରଞ୍ଜନ ଜୀଉ, ସୋମନାଥ ସିଂହ ଓ ପ୍ରତାପ ବେହେରା ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପ ସଭାପତି ଅସିତ ପତି, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି, ସେଙ୍ଗଲ ଦା, ଯଦୁନାଥ ମାଝୀ, କୁମାର ରଞ୍ଜନ ପଣ୍ଡା, ନନ୍ଦଲାଲ ମହାପାତ୍ର, କୈଳାଶ ବେହେରା, ବିଜୟ କୁମାର ଦାସ (ମଣ୍ଟୁ ଦା), ହରିଶ ଷଡ଼ଙ୍ଗୀ, ବୈଲୋଚନ ପାତ୍ର, ତପନ କୁମାର ସିନ୍ହା, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ । ଆସନ୍ତା କାଲି ୧ମ ଫାଇନାଲ ମ୍ୟାଚ କିସାନ ବ୍ରଦର୍ସ ଫୁଟବଲ କ୍ଲବ ଓ ଫ୍ରେଣ୍ଡସ ଉଇନାଇଟେଡ଼, ଗୋପୀବଲ୍ଲଭପୁର ଏବଂ ୨ୟ ଫାଇନାଲ ମ୍ୟାଚ ରୟାଲ ଫୁଟବଲ କ୍ଲବ, ଝାଞ୍ଜଡ଼ାପାଳ ଓ ଭେଟେରାନ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.