
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ପଂଚାୟତ କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭା ଉପସଭାପତି ତେଜୁରାମ ବାଗଙ୍କ ନେତୃତ୍ୱ ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ଚଣ୍ଡୀ ସମଲେଇ ଓ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ସଭା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଯାଦବ ମହାସଭାର ସଭାପତି ଗଙ୍ଗାଧର ହେର୍ଣ୍ଣା, ସମ୍ମାନୀୟ ଅତିଥି ଭାବେ ସମ୍ପାଦକ ତରୁଣ ପୋଢ, ସହସମ୍ପାଦକ ପ୍ରଦୀପ ବଚ୍ଛା, ଲେବଡା ପଂଚାୟତ ସଭାପତି ମିନିକେତନ ବଗର୍ତୀ, ପତ୍ରାପାଲି ସଭାପତି ଦକ୍ଷେସ୍ୱର ନାଗ, ଯୁବସମାଜସେବୀ ଯୁଧିଷ୍ଠିର ଭରାସଗ୍ରୀଆ, ଉପଦେଷ୍ଟା ବାସୁଦେବ ନାଗ ଉପଦେଷ୍ଟା ମଧୁସୂଦନ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ଅର୍ଥନୀତି ଓ ସମାଜର ଏକତାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ଦେଇଥିଲେ । ଏଥିରେ ମହାଦେବ ଟାହାଣି, ବିଜଲ ଟାହାଣି, ଜଗନ୍ନାଥ ବନଛୋର, ଗୀର ନାଗ, ମଦନ ବାଗ, ଅରକ୍ଷିତ ଠେଲା, ଦୈତାରୀ ଟାହାଣି, ମେନା ଟାହାଣି, ସୁପା ଟାହାଣି, ବୁଠି ଟାହାଣୀ, ଗୋପାଳ ବନଛୋର, ମଧୁ ଚନ୍ଦନ, ବଂଶୀ ବାଗ, ଡଂଗରପଡା ଗ୍ରାମ ପଂଚାୟତର ସମ୍ପାଦକ ରାଏଧର ମହାକୁର, ସନ୍ତୋଷ ଟାହାଣି, ପୁର୍ଣ୍ଣ ଟାହାଣି, ଅରକ୍ଷିତ ଠେଲା, ପରୀକ୍ଷିତ ବନଛୋର, ସୁର ଟାହାଣୀ, ବାହାଦୂର ବନଛୋର, ସାମାଜିକ ପିଅନ କଳିଙ୍ଗ ଗହିର, ଛତା ପରିହାଙ୍କ ସହ ମୁରିବାହାଲ ବ୍ଲକ ଅଞ୍ଚଳର ଶତାଧିକ ଯାଦବ ମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଲକ ସହ ସମ୍ପାଦକ ପ୍ରଦୀପ ବଛା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।