centurian jitm

ବ୍ରହ୍ମପୁର ମହାନଗର ତରଫରୁ ଅପରେସନ ସିନ୍ଦୁରର ସଫଳତାକୁ ନେଇ ମୋଟର ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅପରେସନ ସିନ୍ଦୁରର ସଫଳତାକୁ ରେଶମ ସହର ବାସୀଙ୍କ ନିକଟରେ ପହଞ୍ଚେଇବା ପାଇଁ ଆୟୋଜିତ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଜନ ସଚେତନତା ଅଭିଯାନ ସ୍ୱରୂପ ଏକ ବିଶାଳ ରାଲି ବାହାରିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗିର୍ ଆୟୋଜିତ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ନେତୃତ୍ୱରେ ବ୍ରହ୍ମପୁର ସହରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ୍ୟ ତଥା ପ୍ରମୁଖ କର୍ପୋରେଟର ମାନଙ୍କ ଉପସ୍ଥିତି ସାଂଗକୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ମୋଟର ସାଇକେଲ ଶୋଭାଯାତ୍ରାକୁ ସଫଳ କରିଥିଲେ । ବ୍ରହ୍ମପୁର ମହାନଗର ମେୟର ସଂଘମିତ୍ରା ଦଳେଇ ପୂର୍ବତନ କୁକୁଡାଖଣ୍ଡି ତହସିଲଦାର ଭବାନୀ ଶଙ୍କର ମିଶ୍ର ଏବଂ କଲ୍ୟାଣୀ ସଂଘମିତ୍ରା ଦେବୀ ଡେପୁଟି ମେୟର ଇ. ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ତ୍ରିରଙ୍ଗା ଯାତ୍ରା ନିମନ୍ତେ ଆମର ଦେଶ ଏବଂ ଦେଶର ସୈନିକ ମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ ଜଣାଇଥିଲେ । ରାମଲିଙ୍ଗେଶ୍ୱର ପାର୍କ ନିକଟରୁ ଏହି ଶୋଭାଯାତ୍ରା ବାହାରିଥିଲା ।

Leave A Reply

Your email address will not be published.