oom

ସଡକ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ଚିକିଟି ବିଧାୟକ ଦ୍ୟାନ ସାମନ୍ତରା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚିକିଟି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଗୁରୁବାର ଜଣେ ମହିଳା ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଚିକିଟି ବିଧାୟକ ଦେଖିବାକୁ ପାଇଥିଲେ । ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଉକ୍ତ ମହିଳା ଜଣଙ୍କୁ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ହସ୍ପିଟାଲକୁ ପଠାଇବା ସହ ଉତ୍ତମ ଚିକିତ୍ସା ନିମନ୍ତେ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଏହା ଯେ’ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ମାନବିକତା ପରିଚୟ ସୃଷ୍ଟି କରିଥିବା ବେଳେ ଚିକିଟି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଭୂରି ଭୂରି ପ୍ରଶଂସା ମିଳିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.