୩୨ ଜଣ ପିଲାଙ୍କୁ ଚୟନ କରାଗଲା ଚଳିତ ବର୍ଷର ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପାଇଁ

ନୂଆଦିଲ୍ଲୀ : ଚଳିତ ବର୍ଷର ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ୩୨ ଜଣ ପିଲାଙ୍କୁ ଚୟନ କରାଯାଇଥିବା ବେଳେ ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଏହି ପୁର‌ସ୍କାର ପାଇଁ ଏମାନ‌ଙ୍କୁ ଚୟନ କରାଯାଇଛି । ଏହି ପୁରସ୍କାର ପାଇଁ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨ ଜିଲାରୁ ପିଲାମାନଙ୍କୁ ଚୟନ କରାଯାଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ କଳା ଓ ସଂସ୍କୃତି କ୍ଷେତ୍ରରେ ୭ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନବୋନ୍ମେଷ ପାଇଁ ୯ ଜଣ, ଶୈକ୍ଷିକ ସଫଳତା ପାଇଁ ୫, କ୍ରୀଡ଼ା ବର୍ଗରେ ୭, ସାହସିକତା ପାଇଁ ୩ ଓ ସାମାଜିକ ସେବା ପାଇଁ ଜଣେ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଏହି ପୁରସ୍କାର କୋଟି କୋଟି ଅନ୍ୟ ପିଲାଙ୍କୁ ସେମାନଙ୍କ ସ୍ବପ୍ନ ସାକାର କରିବା ଲାଗି ଅନୁପ୍ରାଣିତ କରିବ ।

Leave A Reply

Your email address will not be published.