centurian jitm

ବଲାଙ୍ଗିରରୁ ଦୁଇ ଭାଇ ଭଉଣୀ ପାଇଲେ ସାଂସ୍କୃତିକ ପ୍ରତିଭା ଉତ୍ସାହଭାରୀ ଛାତ୍ରବୃତ୍ତି

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିରରୁ ଦୁଇ ଭାଇ ଭଉଣୀ ପାଇଲେ ଏ ବର୍ଷର ସାଂସ୍କୃତିକ ପ୍ରତିଭା ଉତ୍ସାହଭାରୀ ଛାତ୍ରବୃତ୍ତି । ବଲାଙ୍ଗିର ଜିଲ୍ଲା ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମର ରିୟାନ ସିଂହ ଏବଂ ତାଙ୍କ ଭଉଣୀ ସୁରୁଚୀ ସୁଚିସ୍ମିତା ସିଂହ ଚନ୍ଦନଭାଟୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଟନ୍ତି । ଗତ ବର୍ଷ ଏହି ଛାତ୍ରବୃତ୍ତି ପାଇଁ ଏ ଦୁହେଁ ଫର୍ମ ଭରିଥିଲେ । ଚଳିତ ବର୍ଷ ପାଇଁ ସୁରୁଚି ସୁଚିସ୍ମିତା ସିଂହ ଲୋକ ନାଚ ପାଇଁ ଏବଂ ରିୟାନ ସିଂହ ଲୋକ ନାଟକ ପାଇଁ ମନୋନୀତ ହୋଇଛନ୍ତି । ଓଡିଶାରୁ ସର୍ବମୋଟ ୭୦ ଜଣ ବିଭିନ୍ନ କଲାକ୍ଷେତ୍ର ପାଇଁ ମନୋନୀତ ହୋଇଥିବା ସରକାରୀ ଭାବରେ ଘୋଷଣା ହୋଇଛି । ଏମାନେ ତିନିବର୍ଷ ପର୍ଯ୍ୟନ୍ତ ସରକାରୀ ସହାୟତାରେ ନିଜ ପ୍ରତିଭାକୁ ବିକଶିତ କରିବା ପାଇଁ ଷ୍ଟାଇଫେଣ୍ଡ ଜରିଆରେ ସମ୍ପୁର୍ଣ୍ଣ କରିବେ । ଏହି ଖବର ପାଇବା ପରେ ଏବେ ବଲାଙ୍ଗିର ତଥା ଚନ୍ଦନଭାଟୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ଏଭଲି ଉଦ୍ୟମକୁ ବୁଦ୍ଧିଜୀବି ମହଲରେ ବେଶ୍ ପ୍ରଶଂସିତ କରାଯାଉଛି ।

Leave A Reply

Your email address will not be published.