csstore

ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମାଣ୍ଡୋସିଲ ମଣ୍ଡିକୁ ସାଂସଦ‌ଙ୍କ ପରିଦର୍ଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଚାଷୀ ମାନେ ହଜାର ହଜାର ବସ୍ତା ଧାନ ବିକ୍ରି କରି ପାରୁ ନ ଥିବା କାରଣରୁ ଚାପଗ୍ରସ୍ତ ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମ ଚାଷୀ ଦିବ୍ୟ କୁମାର ସାହୁ ହୃତଘାତରେ ମୃତ୍ୟୁ ବରଣ କରିଥିବା ବେଳେ ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ମାଣ୍ଡୋସିଲ ମଣ୍ଡିକୁ ମାନ୍ୟବର ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ସୁଶାନ୍ତ ମିଶ୍ର, ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲା ପରିଷଦ ସଭ୍ୟା ରମଲା ଲୁହାର, ସୌରୀ ଚରଣ ବାରିକ, ଦିବ୍ୟ କିଶୋର ଭୋଇ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ଜିଲ୍ଲା ପ୍ରତିନିଧି ଲଳିତ ଜଗତ, ଦୁଶାସନ କୁମ୍ଭାର, ମାଣ୍ତୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା ତଥା ନେତୃବୃନ୍ଦ ପରିଦର୍ଶନ କରି ଚାଷୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ କିଭଳି ମଣ୍ଡିରୁ ଧାନ ଶିଘ୍ର ଉଠାଯାଇ ପାରିବ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଛନ୍ତି ।

jayashree
Leave A Reply

Your email address will not be published.