oom

କଳାହାଣ୍ଡିଠାରେ ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠାକୁ ବଜାଇ ରଖିବା ପାଇଁ ଭାରତୀୟ ସେନାର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ବଳିଦାନ ଓ କର୍ତ୍ତ୍ୟବ୍ୟ ନିଷ୍ଠା ଅତୁଳନୀୟ । ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ ଅପରେସନ ସିନ୍ଦୂର ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି । ଭାରତର ବୀର ସୈନିକମାନଙ୍କ ସଫଳତା ଓ ସାହସିକ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ମାନନୀୟ । କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଶୁଭାରମ୍ଭ କରାଯାଇ ଜିଲ୍ଲା କାରାଗାର ଛକ, ନୂଆ ବସ୍ ଷ୍ଟାଣ୍ଡ, ଘୋଡ଼ଘାଟ ଛକ, ସତ୍ୟମ୍ ସିନେମା ହଲ୍, ଦୟାନିଧି ଛକ, ମାଣିକେଶ୍ଵରୀ ଛକ, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଛକ ଦେଇ ପୁରୁଣା ବସ ଷ୍ଟାଣ୍ଡ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ପରିକ୍ରମା କରିଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ୬୪ ବାଟାଲିୟନ କମାଣ୍ଡ ଡେଣ୍ଟ ପଙ୍କଜ ଚୌଧୁରୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚକମା, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ୬୪ ବାଟାଲିୟନ ସେକେଣ୍ଡ ଇନ୍ କମାଣ୍ଡେଣ୍ଟ ପି କେ ମିଶ୍ର, ଡେପୁଟି କମାଣ୍ଡେଣ୍ଟ ସଚିଦାନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜନପ୍ରତିନିଧି, ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ, ପୋଲିସ ବାହିନୀ, ଏନ୍ ସି ସି ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ ପ୍ରମୁଖ ଯୋଗଦେଇ ଭାରତୀୟ ସେନାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହାତରେ ତ୍ରିରଙ୍ଗା ଧରି ଭାରତର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତ୍ୟବ୍ୟ ବୋଲି ଦେଶ ଭକ୍ତି ନାରା ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ଜବାନ ଜୟ କିଷାନ ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାତସହରୁ ଅଧିକ ଦେଶପ୍ରେମୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.