ସ୍କୁଲ ଯିବା ପାଇଁ ରାସ୍ତା ନାହିଁ ବିଜୁ ଏକ୍ସପ୍ରେସ ୱେ ଏକ ମାତ୍ର ଭରସା, ଦୁର୍ଘଟଣା ହେଲେ ଦାୟୀ ହେବେ କି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ହାଇସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ଯିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ବିଜୁ ଏକ୍ସପ୍ରେସ ୱେରେ ଯିବା ଆସିବା କରୁଛନ୍ତି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ଘେରି ରହିଛି । ଏହି ରାସ୍ତାରେ ଶହ ଶହ ଗାଡି ଦ୍ରୁତ ଗତିରେ ଯିବା ଆସିବା କରୁଛନ୍ତି । ତେବେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିସାରିଲାଣି । ଛାତ୍ରଛାତ୍ରୀ ବିଜୁ ଏକ୍ସପ୍ରେସ ୱେରେ ଯିବା ଆସିବା କରିବା ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରୁଛନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଓଭର ବ୍ରିଜ କଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.