centurian jitm

ଓମଭେଲି ଶିକ୍ଷାନୁଷ୍ଠାନକୁ ମିଳିଲା “କଳିଙ୍ଗ ଗୌରବ ସମ୍ମାନ” ୨୦୨୫

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ ଭ୍ୟାଲି ସ୍କୁଲ ପରିଚିତ । ଓମଭେଲି ସ୍କୁଲକୁ ଏମବିସି ଟିଭି, ଭୁବନେଶ୍ୱର ଦ୍ୱାରା ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର – କଳିଙ୍ଗ ଗୌରବ ସମ୍ମାନ ୨୦୨୫”ରେ ସମ୍ମାନିତ କରାଯାଇଛି । ଏହି ମର୍ଯ୍ୟାଦା ଜନକ ପୁରସ୍କାର ଚଳିତ ମାସ ୯ ତାରିଖରେ ହୋଟେଲ ସ୍ୱସ୍ତି ପ୍ରିମିୟମ୍, ଭୁବନେଶ୍ୱରରେ ଅନୁଷ୍ଠିତ ଏମବିସି ଟିଭିର ୧୫ତମ ପ୍ରତିଷ୍ଠା ଦିବସରେ ମାନ୍ୟବର ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଉଲ୍ଲେଖନୀୟ ସଫଳତା ଆମର ଛାତ୍ର, ଛାତ୍ରୀ କର୍ମଚାରୀଙ୍କ ସାମୂହିକ ପ୍ରୟାସ, ସମର୍ପଣ ଏବଂ ଉତ୍କର୍ଷତା ଏବଂ ଆମ ଅଭିଭାବକଙ୍କ ଅଟଳ ସମର୍ଥନକୁ ପ୍ରତିଫଳିତ କରେ । ଏହି ଯାତ୍ରାର ଅଂଶ ହୋଇଥିବା ପ୍ରତ୍ୟେକଙ୍କୁ ସ୍କୁଲ ତରଫରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.