oom

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୁଡୁକା ଶାଖାକୁ ତାଲା ଭାଙ୍ଗି ପଶିବା ଅଭିଯୋଗରେ ଯୁବକ ଗିରଫ

jsmm

ଆଗଲପରୁ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଭିତରକୁ ତାଲା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଡୁଡୁକା ଗ୍ରାମର ଅଜିତ ଦାସକୁ ଆଗଲପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୂତାବକ ଡୁଡୁକା ଗ୍ରାମର ଅଜିତ ଦାସ ଗତ ରାତିରେ ଏକ ରଡ ସାହାଯ୍ୟରେ ଡୁଡୁକା ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାର ସିସିଟିଭି, ଆଲରାମ ଭାଙ୍ଗି ତାଡି ଦେଇ ପରେ ପରେ ସେହି ରଡ ସାହାଯ୍ୟରେ ବ୍ୟାଙ୍କର ମୁଖ୍ୟ ଗେଟରେ ଲାଗିଥିବା ତାଲାକୁ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଆଖପାଖର ଲୋକେ ଉଠି ପଡିବାରୁ ଲୁହାରଡ ଛାଡି ପଲେଇ ଯାଇଥିଲା ।

jittmm
Leave A Reply

Your email address will not be published.