
ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ଏହି କାରଣରୁ କେବଳ ସ୍ଥଳପଥ ନୁହେଁ, ଜଳପଥରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ପୋଲିସ ଫୋର୍ସ ସହିତ ନୌସନା ଅଧିକାରୀ ଓ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ କଡ଼ାକଡ଼ି ଯାଞ୍ଚ କରିବା ସହିତ ସମୁଦ୍ର ମଝିରେ ଆଇଲାଣ୍ଡରେ କଡା ଚେକିଂ କରାଯାଉଛି । ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ସୁରକ୍ଷା କର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି ।