
ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମା’ ଘର ଓ ଏସ୍ଏସ୍ ହସ୍ପିଟାଲ ତାଳଚେର ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାରିୟମ୍ ଠାରେ ଆସନ୍ତା ୧୦ ତାରିଖରେ ବିଶ୍ୱ ମାତୃ ଦିବସ ପାଳିତ ହେବ । ଏହି ଅବସରରେ ଏକ ଆଲୋଚନା ଚକ୍ର ନୀଡ ଅଫ୍ ଦି ଆୱାର୍ କାର୍ୟ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିରେ ବହୁ ମାନ୍ୟଗଣ୍ୟ ଗବେଷକ, ସନାତନ ଧର୍ମ ପ୍ରଚାରକ, ପ୍ରଫେସର ଓ ଡାକ୍ତରମାନେ ସେମାନଙ୍କ ବକ୍ତବ୍ୟ ରଖିବେ । ବର୍ତ୍ତମାନ ସମାଜକୁ କବଳିତ କରିଥିବା ଯେପରିକି ଛୋଟ ପିଲାଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ, ଛାଡପତ୍ର ନେଇ ପରିବାର ଉପରେ ପ୍ରଭାବ, ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ଯୁବକ ମାନଙ୍କ ଉପରେ ମାଦକ ଦ୍ରବ୍ୟର ପ୍ରଭାବ ପ୍ରମୂଖ ଆଲୋଚନା ହେବ । ଉପରୋକ୍ତ ସମସ୍ୟା ଗୁଡ଼ିକ ଆଲୋଚନା କରାଯାଇ ଆଗାମୀ ଦିନରେ ସରକାର, ପରିବାର ଓ ସାମାଜର ଦାୟିତ୍ଵବୋଧତା କଣ ସେଥି ନିମନ୍ତେ ଏକ ଚିଠା ପ୍ରସ୍ତୁତ ହେବ ବୋଲି ମା’ ଘର ସଭାନେତ୍ରୀ ଶ୍ରୀମତୀ ରିତୁପର୍ଣ୍ଣା ମହାନ୍ତି, ଟ୍ରଷ୍ଟି ସୁନିତା ଗୁପ୍ତା ଓ ଏସ୍ଏସ୍ ହସ୍ପିଟାଲର ମୁଖ୍ୟ ଡଃ. ସୁସ୍ମିତା ସାହୁ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି ।