jsm

ମାଣ୍ଡୋସିଲ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଗାଁ ମା ଭଉଣୀ ମାନଙ୍କୁ ନେଇ ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପରେ ନାମଯଜ୍ଞ ନାମାରାମ୍ଭ ହୋଇଥିଲା । ନାମଯଜ୍ଞରେ କର୍ତ୍ତା ଭାବରେ ଶର୍ଦୁ ଦଣ୍ଡସେନା ଓ ସୀତାବାଇ ଦଣ୍ଡସେନା ଥିବା ବେଳେ ମୁଖ୍ୟ ପୂଜକ ଭାବରେ ସୁବଳ ପଣ୍ଡା ତଥା ସହ ପୂଜକ ଘନଶ୍ୟାମ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦକ କରୁଛନ୍ତି । ନାମଯଜ୍ଞରେ ସତ୍ୟଭୂଷଣ ସାହୁ, ଜଗନ୍ନାଥ ପୁଟା, ଧନସିଂ ପଟେଲ, ଶରତ ଚନ୍ଦ୍ର ହଂସ, ଗୋପାଳ ପ୍ରସାଦ ବେହେରା, ଗୁରୁପ୍ରସାଦ ଦଣ୍ଡେସେନା, ଭୀମସେନ ଖୁଣ୍ଟିଆ, ହୃଷୀକେଶ ପ୍ରଧାନ, ଶଙ୍କର ପରାଭୂଏ, ରାଧେଶ୍ୟାମ ପଟେଲ, ଭୁବନ ପ୍ରଧାନ, ତପନ ବହିଦାର, ରାଜୀବ ଲୋଚନ ସାହୁ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ । ଶନିବାର ନାମଯଜ୍ଞ ପୂର୍ଣ୍ଣାହୂତି ହୋଇ ବୈଠକି କାର୍ଯ୍ୟକ୍ରମ ପରେ ନାମଯଜ୍ଞ ସମ୍ପନ୍ନ ହେବ କମିଟି ପକ୍ଷରୁ କୁହାଯାଇଛି ।

yuvodaya
Leave A Reply

Your email address will not be published.