
ମୟୁରଭଞ୍ଜ : ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ । ଦେହରେ ରହିଛି ଅନେକ କ୍ଷତ ଚିହ୍ନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକ ଉକ୍ତ ଗ୍ରାମର ମାଦେ ବୋଲି ଜଣାପଡିଛି । ମାଦେ ଘରେ ଏକୁଟିଆ ରହୁଥିଲେ । ରବିବାର କିଛି ପିଲାମାନେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ତାଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ । ମୃତଦେହର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । କେହି ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିଛି । ସନ୍ଦେହରେ ପୋଲିସ ଗ୍ରାମର ଜଣେ ଯୁବକ ପ୍ରତାପ ସଏକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଯଦି ଯୁବକ ଜଣକ ହତ୍ୟା କରିଛନ୍ତି ହତ୍ୟା ପଛର କାରଣ କ’ଣ ତାହା ଏବେ ବି ଅସ୍ପଷ୍ଟ ରହିଛି ।