oom

ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ

jsmm

ଯାଜପୁର : ଯାଜପୁର ବନ୍ଧୁକ ଦେଖାଇ ଘରେ ପଶି ସୁନା ଅଳଙ୍କାର ଓ ମୋବାଇଲ ଲୁଟି ନେଇଥିବା ଘଟଣାରେ ୭ ଗିରଫ । ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପୋଲିସ । ମଙ୍ଗଳପୁର ଥାନାରେ ଦୀର୍ଘଦିନ ହେବ ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୪ ମାସ ମଧ୍ୟରେ ୧୨ରୁ ଅଧିକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ପଞ୍ଚାୟତ ବୋତଲଟାଙ୍ଗ ଗ୍ରାମରେ ଗତ ୨୦ ଫେବୃଆରୀ ୨୦୨୫ ରାତିରେ ମନ୍ଦୋଦରୀ ଦାସଙ୍କ ଘରେ ପଶି ବନ୍ଧୁକ ଦେଖାଇ ସୁନା ଓ ରୁପା ଅଳଙ୍କାର ସହିତ ମୋବାଇଲ ଫୋନ ଲୁଟି ନେଇଥିଲେ ଦୁର୍ବୃତ୍ତ । କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏନେଇ ମଙ୍ଗଳପୁର ଥାନାରେ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିବା ପରେ ପୋଲିସ ୨ଟି ଟିମ୍ ଗଠନ କରିଥିଲା । ଏହି ଟିମ୍ ଭିଭନ୍ନ ଜାଗାରେ ଚଢ଼ାଉ କରି ମୋଟ୍ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ୍ ସୁନା, ରୁପା ଅଳଙ୍କାର ସହ ସ୍କର୍ପିଓ ଗାଡି, ୨ଟି ବାଇକ, ଫ୍ୟାନ, ପିତ୍ତଳ ସାମଗ୍ରୀ ଜବତ କରାଯାଇଛି । ଏହିସବୁ ଅଳଙ୍କାରକୁ ନେଇ ବ୍ୟବସାୟୀ କରୁଥିବା ଏକ ସୁନା ଦୋକାନୀକୁ ମଧ୍ୟ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ମାଝୀ ସାମ୍ବାଦିକ ସମ୍ମିଳନୀରେ ମଙ୍ଗପୁର ଥାନା ଅଧିକାରୀ ଜଗଦୀଶ କର, ଏସଆଇ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.