centurian jitm

ଛତ୍ରପୁର ହସ୍ପିଟାଲର ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସର ଗ୍ରହଣ ଦିନ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବୈଠକ ଗୃହରେ ମେଡ଼ିକାଲର ଅଧିକ୍ଷକ ଡ଼ା. ସୁଦର୍ଶନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବିଦାୟୀକାଳୀନ ସମର୍ଦ୍ଧନା କାର୍ଯ୍ୟକ୍ରମରେ ସମସ୍ତ ଡାକ୍ତର, କର୍ମଚାରୀଙ୍କ ସମେତ ୧୫୦ରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ । ସେ ନିଜର ଚାକିରୀ ଜୀବନ ୧୯୮୮ରୁ ଆରମ୍ଭ କରି ୩୦ ଏପ୍ରିଲ ୨୦୨୫ ଦୀର୍ଘ ୩୭ ବର୍ଷ ଧରି ନୌକେସ ପାତ୍ର ସରକାରୀ ।ସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ । ଏହା ସହିତ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଆଜି ଅବସର ଗ୍ରହଣ ଦିନରେ ସେ ଯଦିଓ ଆମ ସାଙ୍ଗରୁ ବିଦାୟ ନେବେ କିନ୍ତୁ ତାଙ୍କ ପ୍ରତି ଆମର ଅତ୍ୟୁଟ ସ୍ନେହ ରହିବ ବୋଲି ମତ ପ୍ରକାଶ କରିଥିଲେ ଉପସ୍ଥିତ ଅଧିକାରୀ ,ଡ଼ାକ୍ତର ଓ କର୍ମଚାରୀମାନେ । ତତ୍ ସଙ୍ଗେ ସଙ୍ଗେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ଅବସରକାଳୀନ ଜୀବନ ଆନନ୍ଦରେ ଅତିବାହିତ ହେବା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ଶୁଭ ମନାସୀ କାମନା କରିଥିଲେ । ସେ ପୁର୍ବରୁ କଳାହାଣ୍ଡି, ଫୁଲବାଣୀ, ନୂଆପଡ଼ା ଜିଲ୍ଲାରେ ବହୁ ବର୍ଷ ଧରି ଲୋକଙ୍କୁ ସେବା ପ୍ରଦାନ କରି ପ୍ରିୟଭାଜନ ହୋଇଥିଲେ ।

Leave A Reply

Your email address will not be published.