oom

ଜାତୀୟ ରାଜପଥ ଉପରେ ଶୁଖିଲା ଗଛ ; ବିପଦରେ ଯାତ୍ରୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ବଲାଙ୍ଗିରରୁ ଦେଓଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ଶତାଧିକ ଶୁଖିଲା ବିରାଟକାୟ ଗଛ ରହିଛି । ପ୍ରତିଦିନ ଅପରାହ୍ନରେ କାଳ ବୈଶାଖୀ ଯୋଗୁଁ ଝଡ଼ ବାତ୍ୟା ହେଉଛି । ତେଣୁ କେତେବେଳେ ଯେ ରାସ୍ତା ଉପରେ ଥିବା ବିରାଟକାୟ ଶୁଖିଲା ଗଛ ନ ପଡ଼ିବ କେହି ବି କହି ପାରିବେ ନାହିଁ । ସୂଚନା ଯୋଗ୍ୟ ଯେ, ଗତ ମାସ ୨୫ ତାରିଖ ଦିନ ବଲାଙ୍ଗିର ଆଠଗାଁ ରାସ୍ତାରେ ଏକ ଅଟୋରେ ଯାଉଥିବା ସମୟରେ ଦୁଇଜଣ କଂଶାବାହାଲ ଛକଠାରେ କାଳବୈଶାଖି ଯୋଗୁଁ ଏକ ଶୁଖିଲା ନିମ୍ବଗଛ ଅଟୋ ଉପରେ ପଡ଼ିଯାଇ ଥିବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ସହ ଅଟୋ ଚୁରମାର ହୋଇଯାଇଥିଲା । ଜାତୀୟ ରାଜପଥରେ ମଧ୍ୟ ଏପରି ଘଟଣା ଘଟିବା ପୂର୍ବରୁ ଶୁଖିଲା ବଡ଼ଗଛ ଗୁଡ଼ିକ ରାସ୍ତାରୁ ହଟାଇଦେବା ପାଇଁ ଯାତ୍ରୀ ଓ ସାଧାରଣ ମହଳରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.