centurian jitm

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳନ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ ସଂଯୋଜନାର ଆରମ୍ଭରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏକାଡେମୀର ସଭାପତି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅଧ୍ୟକ୍ଷା ,ବଲାଙ୍ଗିର ପୌର ପରିଷଦ ଲିକା ସାହୁ, ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଅନୁଷ୍ଠାନର ସଂପାଦିକା ସୁଶ୍ରୀ ଜ୍ୟୋତିରେଖା ତ୍ରିପାଠୀ ଓ ଉପଦେଷ୍ଟା ସନ୍ଦୀପ କୁମାର କୁଅଁର ମଂଚାସୀନ ହୋଇଥିଲେ । ଏହି ଅବସରରେ ବିଶିଷ୍ଟ ତବଲାବାଦକ ସୂରଜ କୁମାର ଦୋରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସଭାକୁ କବି ରତ୍ନମୟ ତ୍ରିପାଠୀ ସଂଯୋଜନା କରିଥିଲେ । ଅତିଥିମାନେ ଆନୁଷ୍ଠାନିକ ନୃତ୍ୟ ଓ ସଂଗୀତ ଶିକ୍ଷା ଉପରେ ବର୍ତ୍ତମାନ ଗରୁତ୍ୱ ଆରୋପ କରିବା ସହ ସମସ୍ତଙ୍କ ସର୍ବାଙ୍ଗିନ ବିକାଶ ପାଇଁ ନୃତ୍ୟ ଗୀତର ଆବଶ୍ୟକତା ରହିଥିବା ପ୍ରକାଶ କରି ବଲାଙ୍ଗିରରେ ଶାସ୍ତ୍ରୀୟ ନୃତ୍ୟର ପରଂପରା ରହିଥିବା ପ୍ରକାଶ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ନୃତ୍ୟ କାର୍ଯ୍ୟକ୍ରମ । ସୁନୀଲ ମେହେରଙ୍କ ସଂଯୋଜନାରେ ଏକାଡେମୀର ଛାତ୍ରୀମାନେ, ସୃତି ପଟେଲ, ସୃତିରନ୍, ଓମି, ଆଦ୍ୟ ଅଭିଳାଷା ,ଆଦ୍ୟାଶା, ଶ୍ରୀୟଂଶି, ପ୍ରିୟଙ୍କା, ଆଦ୍ୟା, ଶ୍ରିଷ୍ଟି, ରାଜଶ୍ରୀ, ସିଦ୍ଧି, ଅନ୍ୱେଷା, ଶ୍ରାବଣୀ ଓ ଅନ୍ୟମାନେ ଓଡିଶୀ, ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.