oom

ଗଞ୍ଜାମ ଆର୍ମସ ଗାର୍ଡ ସଂଘର ମାସିକ ବୈଠକ ଅନୁଷ୍ଠିତ : ଆଇନ ପରାମର୍ଶଦାତା ଭାବେ ଏନ. ଗୋପୀ ମନୋନୀତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍ମସ ଗାର୍ଡ ସଂଘର ବୈଠକ ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ମା’ ଗୋଜବାୟାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘ ର ସଭାପତି ଯୋଗେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କରିଥିଲେ । ଏହି ବୈଠକରେ ଏଜେନ୍ସି ମାନଙ୍କ ମନମୁଖୀ କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯାଇଛି । ଏଜେନ୍ସି ମାନଙ୍କ ଅଧୀନରେ ଥିବା ଦଲାଲ ମାନଙ୍କ ଶୋଷଣରୁ ମୁକ୍ତି ପାଇବା ପାଇଁ ସଂଘର ସମସ୍ତ ସଦସ୍ୟ ମାନେ ଏକ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ସଂଘର ଆଇନପରାମର୍ଶ ଦାତା ଭାବେ ଏନ. ଗୋପୀଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଶଶାଙ୍କ ଶେଖର ଦାସ,ସମ୍ପାଦକ ଡି. ପାପା ରାଓ, କୋଷାଧକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସ‌ହ ସମ୍ପାଦକ ସନାତନ ସେଠି, ଉପଦେଷ୍ଠା ଲୋକନାଥ ଶତପଥି, ଦିନେଶ କୁମାର ସ୍ୱାଇଁ,ଦଣ୍ଡପାଣି ସାହୁ, ମନୋଜ କୁମାର ସାହୁ, ସନ୍ତୋଷ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଜେନା, ଏନ. ଭାଗିରଥ୍ ଦୋରା, ଦିଲ୍ଲିପ କୁମାର ସିଂଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡି ପାପା ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.