jsm

ମାଲିକଙ୍କୁ ଠେଙ୍ଗାରେ ପିଟି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

csstore

ମୟୂରଭଞ୍ଜ : ମାଲିକଙ୍କୁ ଠେଙ୍ଗାରେ ପିଟି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ମାଲିକ ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସୁନଗାଡ଼ିଆ ଯିବା ରାସ୍ତର ପଛପଟ ଅଞ୍ଚଳରେ । ସୂଚନା ଅନୁସାରେ, ବାରିପଦା ସହରର ବାଲେଶ୍ଵର ଉଦଳା ବସ୍ ଷ୍ଟପ୍‌ ନିକଟରେ ରାଜେଶ କମିଲା ଓରଫ ବାବୁ ଶନିବାର ରାତି ୯ଟା ୩୦ ବେଳେ ତାକ ଦୋକାନ ବନ୍ଦ କରି ବାଇକରେ ଅଳଙ୍କାର ଭର୍ତ୍ତି ସୁନାଗହଣା ନେଇ ଘରକୁ ଯାଉଥିବା ବେଳେ ଶୂନ ଗାଡ଼ିଆ ନିକଟ ପୁରୁଣା ସରାଳି ବ୍ରିଜ ନିକଟରେ ୨ଟି ବାଇକରେ ୪ଜଣ ଯୁବକ ଆସି ତାଙ୍କୁ ଅଟକାଇ ମାଡ଼ ମାରିବା ସହ ସୁନା ଗହଣା ଭର୍ତ୍ତି ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ । ଏନେଇ ବାବୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମୁଳିଛି ।

yuvodaya
Leave A Reply

Your email address will not be published.