
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟିକା ବର୍ଷାରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ ବୋଡାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ନିରୋଜ ଦୋରା, ଏସଏମସି ଅଧ୍ୟକ୍ଷା ବିନିଲତା ସାହୁ ଯୋଗ ଦେଇଥିଲେ । ବିଧାୟିକା ବର୍ଷା ରାଣୀ ସିଂ ବରିହା ସମସ୍ତ ଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳ ପ୍ରାପ୍ତି ପାଇଁ ନିରନ୍ତର ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ । ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ଓ ରବିନା ପଧାନ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ନିଳୀମା ରାଣୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଥିଲା । ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରୁ ୧୬ଟି ଇଭେଣ୍ଟ ରଖାଯାଇଥିଲା ଯେଉଁଥିରେ କନିଷ୍ଠ ଓ ବରିଷ୍ଠ ବର୍ଗରୁ ୪୮ ଜଣ କୃତିତ୍ୱ ହାସଲ କରିଛନ୍ତି । କନିଷ୍ଠ ବର୍ଗରେ ଶ୍ରଦ୍ଧା ଚୌହାନ ଓ ବରିଷ୍ଠ ବର୍ଗରେ ଆକାଂକ୍ଷା ଭୋଇ ଚାମ୍ପିଅନ ହୋଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ବୃନ୍ଦାବତୀ ସାହୁ , ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।