jsm

“ଚକ୍ଷୁ ହିଁ ଅମୁଲ୍ୟ ସମ୍ପଦ”

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ଓ ନିରାମୟ ସମାଜର ନିଆରା ପରିକଳ୍ପନା ଭିତରେ ଏକ ଅଭିନଵ ପଦକ୍ଷେପ ନେଇଥିଲା ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ, ରାଉରକେଲା । ବିଦ୍ୟାଳୟର ଅଧକ୍ଷ ଲୋକନାଥ ପ୍ରଧାନ ମହୋଦୟଙ୍କ ଅଧ୍ୟକ୍ଷତାରେ, ସହ ସଂଯୋଜକ ବିଜୟ କୁମାର ମିଶ୍ର ମହୋଦୟଙ୍କ ତତ୍ୱାବଧାନରେ ”ଚକ୍ଷୁ ହିଁ ଅମୁଲ୍ୟ ସମ୍ପଦ” ଏହି ଉକ୍ତିଟିର ସତ୍ୟତା ପ୍ରତିପାଦନ କରିବାକୁ ଯାଇ ସିଭିଲଟାଉନସିପ ସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଏବଂ ଡି.ଏ.ଭି ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଦୀର୍ଘ ୬ ଦିନ ଧରି ବିଦ୍ୟାଳୟର ସମୁଦାୟ ୨୪୬୦ ଜଣ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୩୯୦ ଜଣ ଛାତ୍ରଛାତ୍ରୀଙ୍କର ତ୍ରୁଟି ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମଟିରେ ମୁଖ୍ୟ ଦାୟିତ୍ୱରେ ଥିଲେ, ମନୋରଞ୍ଜନ ସ୍ୱାଇଁ ଏବଂ ମିନତୀ ପାତ୍ର ।

yuvodaya
Leave A Reply

Your email address will not be published.