oom

ମଲମୁଣ୍ଡା ଓ ସାଉନ୍ତପୁର କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସରକାରଙ୍କ ଯୋଜନା ଅନୁଯାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲାଙ୍କ ତରଫରୁ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଯେପରି ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଯିବେ ସେ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ସଚେତନତା ରଥ ପରିକ୍ରମା କରି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ଜନ ସଚେତନତା ସୃଷ୍ଟି କରୁଛି । ଏହି କ୍ରମରେ ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଓ ସାଉନ୍ତପୁର କ୍ଲଷ୍ଟରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ତତ୍ୱାବଧାନରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରଣ୍ଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଉନ୍ତପୁର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକାବହେଙ୍ଗା ତଥା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରିଥିଲା । ବିଦ୍ୟାଳୟ ମାନଙ୍କରେରେ ୫ବର୍ଷରୁ ୬ବର୍ଷ ବୟସର ଶିଶୁ ମାନଙ୍କୁ ଶିଶୁ ବାଟିକା ଓ ୬ ବର୍ଷରୁ ଅଧିକ ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ଖଡିଛୁଆଁ ଓ ନାମ ଲେଖା କାର୍ଯ୍ୟକ୍ରମ ଚାଲିଛି । ସାକ୍ଷରତା ଷ୍ଟଲ୍, ଖ୍ୟାଜ୍ଞାନ ଷ୍ଟଲ୍ ତଥା ସୃଜନାତ୍ମକ ଷ୍ଟଲ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଅଭିଭାବକ ମାନେ ଏହି ଷ୍ଟଲ୍ ଗୁଡ଼ିକୁ ଅବଲୋକନ କରିଥିଲେ । ଶିକ୍ଷା ସଚେତନତା ରଥକୁ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ, ଅଙ୍ଗନୱାଡି କର୍ମୀ ସମେତ ବିଦ୍ୟାଳୟ ପରିଚାଳନା କମିଟୀ ପ୍ରମୁଖ ସ୍ଵାଗତ କରିବା ସହ ଗ୍ରାମ ପରିକ୍ରମାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.