
ବଲାଙ୍ଗିର, (ଖୁସି ରାନି ସାହୁ) : ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ ଲାଗିଲା ନିଆ । ୟୁନିଟ୍ ୬ ନମ୍ୱର୍ ବିଲଡିଂରେ ନିଆଁ ଲାଗିଛି । ସୂଚନା ଅନୁସାରେ କେମିକାଲ ମିଶାଇବା ସମୟରେ ନିଆଁ ଲାଗିଥିବା ବେଳେ ଘଟଣାରେ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହେଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇଛନ୍ତି । ଆହତ ଜଣକ(ଡିବିଡବ୍ଲୁ) ପୋଷ୍ଟରେ ଥିବା ଶିବ ଶଙ୍କର ଭୋଇ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ତାଙ୍କ ହାତ ସହ ମୁଁହ ଜଳି ଯାଇଥିବା ବେଳେ ଆହତ ଜଣଙ୍କର ସ୍ଥିତି ଗୁରୁତର ଥିବା ଜଣାପଡିଛି । ତାଙ୍କୁ ବଡ଼ମାଳ ହସ୍ପିଟାଲରୁ ରାଉଲକେଲା ମେଡିକାଲକୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି ।