
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ଓଡ଼ିଆ ପକ୍ଷ ପାଳନ” ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମଞ୍ଚରେ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ଗୁଣସାଗର ମେହେର, ଭ୍ରିଙ୍ଗରାଜ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ପରିଚାଳନା କରିଥିଲେ ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ । ଓଡ଼ିଆ ଭାଷା କେମିତି ଆହୁରି ଲୋକାଭିମୁଖୀ ହେବ ଓ ଆମେ କେବଳ କାଗଜ କଲମରେ ଓଡ଼ିଆ ଭାଷାକୁ ସୀମିତ ନରଖି ନିଜ ମାନସିକତା ଓ କାର୍ଯ୍ୟରେ ପରିଣତ କରିବା ବିଷୟରେ ବିଶେଷ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର କରିବା, ଆସ ବହିଟିଏ କିଣିବା ଓ ଯୁବ ଓଡ଼ିଆ କବି ସମ୍ମିଳନୀ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ସଭାରେ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି, ଫାଲଗୁନି ଦାସ, ପର୍ଶୁରାମ ବାଗ, ମୀରାବାଇ ଗଡତ୍ୟା, ଶୈଳିକା ନାୟକ, ସରିତା ରଣା, ଯଶୋସ୍ମିତା ବେହେରାଙ୍କ ସହ ବହୁ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ସଂଯୋଜକ ଧନ୍ୟବାଦ ଦେଇ ସଭା ସମାପନ ଘୋଷଣା କରାଯାଇଥିଲା ।