centurian jitm

ରାମଜୀ ନାଟକ ସଂସଦର ସର୍ବପୁରାତନ ରାମଲୀଳା ଉଦ୍‌ଘାଟନ

nschool
  • ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣ
  • ପ୍ରଥମ ଦିନରେ ଶିବଙ୍କ ଭୂମିକାରେ ଡା. ପଟେଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଦୀର୍ଘ ବର୍ଷ ହେବ ସର୍ବ ପୁରାତନ ରାମଲୀଳା ଆୟୋଜନ କରି ଆସୁଥିବା ବେଳେ ଗତ ରବିବାର ଦିନ ରାମନବମୀ ଅବସରରେ ସହର ପରିକ୍ରମା କରି ରାମଜୀ ମନ୍ଦିର କଳାକାରମାନେ ସଂକଳ୍ପ ନେଇ ହୋମଯଜ୍ଞ ଓ ମହା ଆଳତି ହୋଇ ଭଜନ କିର୍ତ୍ତନ ସହ ପୂଜାର୍ଚ୍ଚନା ହୋଇଥିଲା । ସୋମବାର ଦିନ ସନ୍ଧ୍ୟାରେ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା ମଂଚ ପୂଜା ସହ ରାମଲୀଳା ନାଟକ ଉଦ୍‌ଘାଟନ କରିଥିଲେ । ପ୍ରଥମେ ରାମ ବନ୍ଦନା ସହ ବ୍ରହ୍ମା ଆଦେଶ ଦେଇଥିଲେ ଶିବଙ୍କୁ ରାମଲୀଳା ଉଦ୍ଦେଶ୍ୟ କଥା । ଏହା ମାତା ପାର୍ବତୀଙ୍କୁ ଶିବ ରାମ କଥା ଉପରେ ଶୁଣାଇଥିଲା । ଏହି ଠାରୁ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥିଲା । ବିଶ୍ୱାମିତ୍ର ଅଯୋଧ୍ୟା ଆଗମନ ଓ ଦଶରଥ ରାଜାଙ୍କୁ ରାମ ଲକ୍ଷ୍ମଣଙ୍କ ସାଙ୍ଗରେ ନେବା ପାଇଁ ମୁନିଋଷିଙ୍କ ସୁରକ୍ଷା ପାଇଁ ହୋମ ଯଜ୍ଞରେ ବାଧା ନ ଉପୁଜିବା ପାଇଁ । ମୈଥିଲା ଗମନ ସହ ତାଡକା ବଧ, ସୁବାହୁ ଓ ମାରିଚ ବଧ, ଅହଲ୍ୟା ପାଶାଣ ମଂଚ ଦର୍ଶକଙ୍କୁ ବେଶ ମନ ଛୁଇଁଥିଲା । ଏଥିରେ କଳାକାର ଅଭିନୟ ଭୂମିକାରେ ବ୍ରହ୍ମା ଭୂମିକାରେ ଶଙ୍କର୍ଷଣ ରାଉତ, ଶିବ ଭୂମିକାରେ ଡା. ରୁଦ୍ର ନାରାୟଣ ପଟେଲ, ପାର୍ବତୀ ଭୂମିକାରେ ଶ୍ରୀତମ ପଟେଲ, ବିଶ୍ୱାମିତ୍ର ଭୂମିକାରେ ଅରୁଣ ରାଉତ, ଦଶରଥ ଭୂମିକାରେ କୁମୁଦ ନାଏକ, ମନ୍ତ୍ରୀ ଭୂମିକାରେ ଗୁଣ୍ଡୁଗୋପାଳ ମିଶ୍ର ଓ ରାଜେଶ ନାଏକ, ବିଶ୍ୱାମିତ୍ର ଋଷି ସୁରୁ ବଢିଆ, ତାଡକା ଭୂମିକାରେ ଘନଶ୍ୟାମ ସାଏ, ସୁବାହୁ ଓ ମାରିଚ ଆଲୋକ ବଡିଆ ଓ ଟୁକୁ ବଢିଆ, ଅହଲ୍ୟା ଭୂମିକାରେ ଚୈତନ୍ୟ ମଟାରୀ, ନାବିକ ଭୂମିକାରେ ସୁବାଷ ସାଏ ଓ ସାରଥି ପଟେଲ, କୌଶଲ୍ୟା କୂଳମଣି ପଟେଲ, କ୍ଷେତ୍ରବାସୀ ବନଛୋର, ରାମ ଭୂମିକାରେ ଶୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ସାହୁ, ସୀତାଙ୍କ ଭୂମିକାରେ ମାନସ ସାହୁ, ସପ୍ତଋଷି ଭୂମିକାରେ ସତ୍ୟ ଚୋପଦାର । ସହରର ବିଭିନ୍ନ ପଡାର ଲୋକମାନେ ନାଟକ ଉପଭୋଗ କରିଥିଲେ ।

Leave A Reply

Your email address will not be published.