csstore

ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ଦିବସ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଘ ସଭାପତିତ୍ୱ କରି ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବିତରଣ କରିଥିଲେ । ବରିଷ୍ଠ ଶିକ୍ଷକ ନିତାଇ ମଟାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବହିର ଲେଖକଙ୍କ ପରିଚୟ ଦେବା ସହିତ ବର୍ଣ୍ଣବୋଧ ପୁସ୍ତକ ପଠନର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଏହି ଅବସରରେ ବର୍ଣ୍ଣବୋଧ ବହିରେ ଥିବା ବିଭିନ୍ନ ବିଷୟକୁ ନେଇ ଗୀତ, ଗପ, କବିତା ଆବୃତ୍ତି, ଭୂମିକା ଅଭିନୟ, ଶୃତ ଲିଖନ ପରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଶିକ୍ଷୟିତ୍ରୀ ଅଲ୍ଲୀକା ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅବିଭାବକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.