
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିରେ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି ଜିଲ୍ଲାର ସଦରମହାକୁମାସ୍ଥିତ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିଥିଲେ । ଓଡ଼ିଆ ଭାଷାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷାଗତ ଶିକ୍ଷଣ ଓ ବିକାଶର ପରିବେଶ ସୃଷ୍ଟି କରିବା ଦିଗରେ ଏହି ଦିବସଟିକୁ ‘ବର୍ଣ୍ଣବୋଧ’ ଦିବସ ଭାବେ ପାଳନ କରାଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଉକ୍ତ ଦିବସଟିକୁ ଆୟୋଜିତ କରାଯାଇଥିଲା ।