oom

ପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦ୍‌ଘାଟିତ

jsmm
  • ମଣିଷ ତିଆରି ପାଇଁ ପ୍ରକୃତ ଶିକ୍ଷା ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ ଯୁବ ସମାଜ ବିପଥ ଗାମୀ ହେଉଛନ୍ତି । ତେଣୁ ସାମାଜିକ ବିବର୍ତ୍ତନ ପାଇଁ କୈଶୋର ଅପରାଧ ରୋକିବା ସହିତ ପ୍ରକୃତ ଶିକ୍ଷା ହିଁ ଉପଯୁକ୍ତ ମଣିଷ ଗଠନ କରାଯାଇ ପାରିବ ବୋଲି ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ସୁଶାନ୍ତ ମିଶ୍ର ମତ ପ୍ରକାଶ କରିଛନ୍ତି । ଶିକ୍ଷାନୁଷ୍ଠାନ ସଭାପତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି ସୁଶାନ୍ତ ରଥ, ସମ୍ପାଦକ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ଏମ ଡି ମହମ୍ମଦ, ସିବିଏସି ଅଧ୍ୟକ୍ଷ ଡ଼.ମନୋଜ କୁମାର ପଣ୍ଡା, ସିଏଚଏସ ସି ଅଧ୍ୟକ୍ଷ ଚତୁର୍ଭୁଜ ପଧାନ, ଜୁନିଅର ବିଦ୍ୟାଳୟ ସଂଯୋଜିକା ସୋଭନା ପଣ୍ଡା ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସନ୍ତୋଷ ବେହେରା ସଂଯୋଜନା କରିଥିବା ବେଳେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

jittmm
Leave A Reply

Your email address will not be published.