ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୦୦ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ଠାରେ ଥିବା ସ୍ୱଭାବ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ତଥା ସଂଯୋଜନା ଓ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ବଳରାମ ରାଉଳ ମୁଖ୍ୟ ଅତିଥି, ଡ଼ଃ ସୁମନ ଦତ୍ତ ଓ ଶିକ୍ଷୟିତ୍ରୀ ସୁକାନ୍ତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧରଙ୍କ ଜୀବନା ଦର୍ଶ, ସାହିତ୍ୟ କୃତ୍ତି, ଓ ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଗଙ୍ଗାଧର ଥିଲେ ଯଥାର୍ଥରେ ସମାଜ ସଂସ୍କାରକ, ଭାଷା ସାହିତ୍ୟର ଦିଗଦର୍ଶକ ଓ ଦେଶପ୍ରେମୀ । ଅସାଧାରଣ ଧୈର୍ଯ୍ୟ, କର୍ତ୍ତବ୍ୟନିଷ୍ଠା, ନିର୍ଭୀକତା ଓ ଦୃଢ ମନୋବଳ ଯୋଗୁଁ ସେ ଅନନ୍ୟ ବ୍ୟକ୍ତିତ୍ୱରେ ପରିଣତ ହୋଇଥିଲେ । ସଭାପତି ଶ୍ରୀ ପତି ସଭାପତିତ୍ୱ ଅଭିଭାଷଣରେ ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟି ତପସ୍ୱିନୀ, ଇନ୍ଦୁମତୀ, କିଚକବଧ, କୃଷକ ସଂଗୀତ, ପ୍ରଣୟ ବଲ୍ଲଭୀ, ଅର୍ଘ୍ୟଥାଳୀ, ରସ ରତ୍ନାକର ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ତାଙ୍କ ସୃଷ୍ଟି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୫ ସ୍ଥିତ ମଧୁସୂଦନ ଶିକ୍ଷା ନିବାସର ଛାତ୍ର ଛାତ୍ରୀ ଶିକ୍ଷୟିତ୍ରୀମାନେ ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ନାୟକ, ଚନ୍ଦ୍ରଶେଖର ପାଇକରାୟ, ସୂର୍ଯ୍ୟ ପାଢ଼ୀ, ସସ୍ମିତା ପ୍ରଧାନ, ପ୍ରଦୀପ ବିଶୋଇ, ଚିତ୍ତରଞ୍ଜନ ମିଶ୍ର, କୁଞ୍ଜବିହାରୀ ରାଉତ, ସ୍ମରଣା ପ୍ରଧାନ, ଅର୍ଚ୍ଚନା ପଲାଇ, ଆରତୀ ମହାନ୍ତି, ମନସ୍ୱିନୀ ଜେନା, ପୂଜା ସାମଲ, ମାଧବୀ ଏକ୍କା, ବିନ୍ଦୁ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀ ବିଶୋଇ ଓ ଶ୍ରୀ ମିଶ୍ରଙ୍କ ତରଫରୁ ସମସ୍ତଙ୍କ ମଧ୍ୟରେ ସର୍ବତ ବଣ୍ଟନ କରାଯାଇଥିଲା । ଶେଷରେ ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.