oom

କାଠ ଫାଳିଆରେ ପିଟି ସାଙ୍ଗକୁ ହତ୍ୟା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟଙ୍କା ଲେଣଦେଣକୁ ନେଇଁ ଜଣେ ସାଙ୍ଗ ତାର ସାଙ୍ଗକୁ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅଧୀନସ୍ଥ ପୁତଳାମହୁଲ ଗ୍ରାମ ନିକଟରେ ଗୁରୁବାର ରାତି ୯ଟା ସମୟରେ ଧଣ୍ଡାମୁଣ୍ଡା ପଞ୍ଚାୟତ ବନ୍ଦେପଦର ଗ୍ରାମର ସୁଶୀଲ ସାହୁ (୩୭) କୁ ତାର ସାଙ୍ଗ ପୁତଲାମହୁଲ ଗ୍ରାମର ପିଣ୍ଟୁ ସାହୁ ଏବଂ ଅନ୍ୟ ସାଙ୍ଗମାନେ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରି ଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଗତକାଲି ରାତି ୯ ଟା ସମୟରେ ସୁଶୀଲ ଏବଂ ତାଙ୍କ ସାନ ଭାଇ ବିକାଶ ପୁତଳାମହୁଲ ଗ୍ରାମ ନିକଟକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗ ପିଣ୍ଟୁ ଏବଂ ଅନ୍ୟମାନେ ସୁଶୀଲକୁ ଅପେକ୍ଷା କରିଥିଲେ । ଟଙ୍କା ଲେଣ ଦେଣକୁ ନେଇଁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପାଟିତୁଣ୍ଡରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ହାତାହାତିରେ ପରିଣତ ହୋଇଥିଲା । ରାଗରେ ପିଣ୍ଟୁ ସାହୁ ପ୍ରଥମେ ସୁଶୀଲର ଭାଇ ବିକାଶକୁ ଆକ୍ରମଣ କରିଥିଲା । ବିକାଶର ଘଟଣାସ୍ଥଳରେ ମୁଣ୍ଡ ଫାଟି ଯାଇଥିବା ବେଳେ ବଡ ଭାଇ ସୁଶୀଲ ତାକୁ ଘରକୁ ଯିବାପାଇଁ କହିଥିଲା । ଘଟଣାସ୍ଥଳରୁ କିଛି ଦୂର ଯାଇ ବିକାଶ ବଡ଼ ଭାଇର ଫେରିବାକୁ ଅପେକ୍ଷା କରିଥିଲା । କିନ୍ତୁ ବହୁତ ସମୟ ବିତିଯାଇଥିଲେ ସୁଦ୍ଧା ସୁଶୀଲ ଫେରିନଥିଲା । ଘଟଣାସ୍ଥଳକୁ ଫେରିଯାଇ ଦେଖିଲା ବେଳକୁ ବଡ ଭାଇ ସୁଶୀଲ ତଳେ ପଡିଥିବା ଦେଖିବାକୁ ପାଇଥିଲା । ଘଟଣାର ଖବର ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକ ସୁଶୀଲକୁ ଏବଂ ବିକାଶ କୁ ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ସୁଶୀଲଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପୋଲିସ ପାଖରେ ପହଞ୍ଚିଲା ପରେ ପୋଲିସ ରାତି ସାରା ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛି, ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତକୁ ପୋଲିସ ଧରିପାରି ନଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.