oom

ବଲାଙ୍ଗିର ଟାଉନ ହଲ ମରାମତି : ବଲାଙ୍ଗିର ପୌର ପରିଷଦ ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ହଲ ଦୁଇ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଟାଉନ ହଲର ମରାମତି ପାଇଁ ରାଜ୍ୟ ସରକାର ଏକ କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଟେଣ୍ଡର ହୋଇ ଏକ କମ୍ପାନୀ ପାଇଁ ଥିଲା ଏବଂ କାମ ମଧ୍ୟ ଆରମ୍ଭ ହୋଇଥିଲା । ଦୁଃଖର ବିଷୟ କାମ ଆରମ୍ଭ ହେଉ ହେଉ ଗୋଟିଏ ମାସ ପରେ ବନ୍ଦ ହୋଇଗଲା କାହିଁକି ? ଆଜିକୁ ଦଶ ମାସ ହେଲା ବଲାଙ୍ଗିର ଟାଉନ ହଲ ମରାମତି କାମ ବନ୍ଦ ହୋଇ ପଡିଛି । ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁଙ୍କ ସହିତ ଆଲୋଚନା କଲୁ ସେ କହିଲେ ନିର୍ବାଚନ ପାଇଁ ଓ ନୂଆଁ ସରକାର ବଦଳିବା ପାଇଁ କାମ ଲେଟ ହେଲା କହିଲେ କିନ୍ତୁ ନିର୍ବାଚନ ଆଗରୁ ପଇସା ଆସିଥଲା କାମ ବି ଚାଲିଥିଲା ହଠାତ କାହିଁକି ବନ୍ଦ ହୋଇଗଲା ସେ କଥା ଜାଣିବ ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ରଙ୍କ ସହିତ ଆଲୋଚନା ମଧ୍ୟ କରିଥିଲୁ କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହେଲା ନାହିଁ । ଯାଦ୍ଵାରା ବଲାଙ୍ଗିର ସହରରେ ଏକ ମାତ୍ର ଟାଉନ ହଲ ଯେଉଁଠି ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ ସମାଜ, ସାଂସ୍କୃତିକ ଅନୁଷ୍ଠାନ ମାନେ ଅନେକ ସାଂସ୍କୃତିକକାର୍ଯ୍ୟକ୍ରମ, ସଭା ସମିତି, ନୁଆଁଖାଇ ଭେଟଘାଟ, ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଯାହାକି ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡିଛି । ଏହାଦ୍ଵାରା ଜିଲ୍ଲାରେ ବୃଦ୍ଧିଜିଵୀ ଓ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି ଏବଂ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ମନରେ ବିକାଶର ସମାଲୋଚନା ଶୁଣିବାକୁ ମିଳୁଛି ତଥା କାହିଁକି ଟାଉନ ହଲ ମରାମତି କାର୍ଯ୍ୟ ବନ୍ଦ ହୋଇଛି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ବଲାଙ୍ଗିର ସ୍ୱେଛାସେବୀ ସଂଘଠନ ସମସ୍ତ ସଦସ୍ୟ ଆଜି ପୌର ପରିଷଦର ପୌରାଧ୍ୟକ୍ଷା ଲିକା ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ମହୋଦୟଙ୍କୁ ଭେଟି ଟାଉନ ହଲ କେମିତି ଶୀଘ୍ର କାମ ଆରମ୍ଭ ହେବ ସେ ବିଷୟରେ ଆଲୋଚନା କଲୁ । ପ୍ରତିଶୃତି ଦେଇଛନ୍ତି ଖୁବ ଶୀଘ୍ର କାମ ହେବ, ଯଦି କାମ ଆରମ୍ଭ ନ ହୁଏ ବଲାଙ୍ଗିର ସ୍ୱେଛାସେବୀ ସଙ୍ଘଠନ ଆଗାମୀ ଦିନରେ ଆନ୍ଦୋଳନକାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ଏଥିରେ ସ୍ୱେଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଲିଙ୍କନ ସେଠ, ରବୀନ୍ଦ୍ର ପ୍ରଧାନ, ଉତ୍ତମ ନନ୍ଦ, ଦେବରାଜ ନାଗ, ସହଦେଵ ନାଗ, ମୋହନ ଦଲବେହେରା, ତନ୍ମୟ ପୁଟେଲ, ରାଜେଶ ବାଗ ଉପସ୍ଥିତ ରହି ଦାବିପତ୍ର ଦେଇଥିଲେ ।

jittmm
Leave A Reply

Your email address will not be published.