
- ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନଙ୍କୁ ଭେଟିଲେ ପ୍ରତିନିଧି ଦଳ
ବଲାଙ୍ଗିର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରା ଓ କୁମ୍ଭାରମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷ ଜମିକୁ ଉଠାଜଳସେଚନ ଜରିଆରେ ଜଳସେଚିତ କରିବାକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନଙ୍କ ପାଖରେ ଚାଷୀମାନେ ଦାବି କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓଙ୍କ ବଲାଙ୍ଗିର ଗସ୍ତ ସମୟରେ କୋଶଳ କଳାମଣ୍ଡଳ ପଡିଆରେ କମସରାର ଏକ ପ୍ରତିନିଧିଦଳ ଭେଟି ଏକ ଦାବିପତ୍ର ଦେବା ସହିତ ଆଲୋଚନା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଭାଜପାଦଳର ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ଉସତ ଫାର୍ମର ପ୍ରଡ୍ୟୁସର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭବାନୀ ଶଙ୍କର ପଣ୍ଡା ଓ ଦିଲିପ ପୂଜାରୀଙ୍କୁ ନେତୃତ୍ୱରେ ଏହି ପ୍ରତିନିଧିଦଳ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ, କମସରା ଓ କୁମ୍ଭାରମୁଣ୍ଡା ଗ୍ରାମ ପଞ୍ଚାୟତ ଏକ ପାହାଡିଆ ଅଞ୍ଚଳରେ ରହିଛି । ତେଣୁ ଜଳସେଚନର ସୁବିଧା ନାହିଁ । ଚାଷୀମାନେ ବାରମ୍ବାର ମରୁଡିର ଶୀକାର ହେଉଛନ୍ତି ଓ ତାଙ୍କର ଅର୍ଥନୈତିକ ସ୍ଥିତି ବିଗିଡି ଯାଉଛି । ତେଣୁ ତେଲନଦୀରୁ ମେଗା ଉଠାଜଳସେଚନ ପଏଣ୍ଟ ଜରିଆରେ ଏହି ଅଞ୍ଚଳକୁ ଜଳସେଚନ ସୁବିଧା କରାଇବାକୁ ଦାବି କରାଯାଇଛି । ଉପମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରର ଏକକୀତା ନକଲ ବଲାଙ୍ଗିର ସାଂସଦ, ସୁବର୍ଣ୍ଣପୁର ଜିଲ୍ଲାପାଳ, ସୁବର୍ଣ୍ଣପୁର ମେଗା ଉଠାଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବେ ବୋଲି ଭବାନୀ ଶଙ୍କର ପଣ୍ଡା, ଦିଲିପ ପୂଜାରୀ, ରମେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ ରଣା, ନୀଳାମ୍ବର ରଣା, ମନୋଜ କୁମାର ପଣ୍ଡା,ବିଷ୍ନୁ ମୁଣ୍ଡା, ଆଦିତ୍ୟ ମିଶ୍ର, ଶୁଭ୍ରାଂସୁ ଶେଖର ମିଶ୍ର, ଅଶୋକ ମିଶ୍ର, ଅଭିମନ୍ୟୁ ବହିଦାର, ପ୍ରଦୀପ କୁମାର ସାମନ୍ତରା, ସୁନିଳ ରଣା, କୃତ୍ତିବାସ ରଣା, ଦୁର୍ଯ୍ୟୋଧନ ଘିବେଲା, ଜୟରାମ ମନହିରା, ନରେନ୍ଦ୍ର ରଣା, ପ୍ରତ୍ୟୁଷ ପୂଜାରୀ ପ୍ରମୁଖଙ୍କ ସହ ଶତାଧିକ ଚାଷୀ ଦାବି କରିଛନ୍ତି ।