csstore

ରାତିସାରା ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା

ସମ୍ୱଲପୁର, (କେପିଏନ୍‌ଏସ୍‌) : ଗତକାଲି ଚାଷୀ ଅଧିକାର ରାଲି ପରେ ବିଜେପି ନେତା ଓ କର୍ମୀ ସମ୍ୱଲପୁର ଆରସିଡି ଅଫିସ ଘେରାଉ କରିଥିଲା । ଏତିକି ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେପିର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ । ତେବେ ସେମାନ‌ଙ୍କୁ ପୋଲିସ ଗିରଫ କରିଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାଏକ ପ୍ରମୁଖ ଥାନା ଆଗରେ ରାତିସାରା ବସି ରହିଥିବା ବେଳେ ଏମାନଙ୍କ ସହ ଆରଡିସି ଅଫିସ ଘେରାଉ ବେଳେ ଗିରଫ ନେତା ବି ଥାନାରେ ରାତି କାଟିଛନ୍ତି । ତେବେ ଏମାନ‌ଙ୍କୁ ପୋଲିସ ଛାଡ଼ିବା ପରେ ଗତକାଲି ଦିନ ୩ଟାରୁ ସେମାନେ ଟାଉନ୍ ଥାନା ପରିସରରୁ ନଆସି ବସିରହିଥିଲେ । ମଣ୍ଡିରୁ ଧାନ ନଉଠିବା ପର୍ୟ୍ୟନ୍ତ ପୋଲିସ ହାଜତରୁ ଉଠିବେ ନାହିଁ ବୋଲି କହିଛନ୍ତି ବିଜେପି ନେତା ।

jayashree
Leave A Reply

Your email address will not be published.