oom

ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ

jsmm

ଜୟପାଟଣା, (ଶେଷ ଦେବ ବେହେରା) : ଶିକ୍ଷା ସାଙ୍ଗରେ ସଂସ୍କୃତି, ସୃଜନଶୀଳତା ଓ ଅନ୍ତର୍ନିହିତ ଗୁଣା ବଳିର ବିକାଶ ପାଇଁ ସରକାର ଅନବରତ ଉଦ୍ୟମ କରୁ ଥିବା ବେଳେ ବିଦ୍ୟାଳୟ ମାନଙ୍କରେ ଭିନ୍ନ ଏକ କାର୍ଯ୍ୟକ୍ରମ ଆମ ସଂସ୍କୃତି ଆମ ଖେଳଣା ଛାତ୍ରଛାତ୍ରୀଙ୍କ ବେଶ ଆକର୍ଷିତ କରୁଛି । ଜୟପାଟଣା ବ୍ଲକର ବଡ଼ କର୍ଲାକୋଟର ଅନ୍ତର୍ଗତ ସୀମାନ୍ତ ଗାଁ ଲାଖ ବାହିଲି ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଞ୍ଚଳ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ, ଓ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମର୍ପିତ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ସତୁରୀ ଛାତ୍ରଛାତ୍ରୀ ବିଶିଷ୍ଟ ଏହି ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗାଁର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ମଞ୍ଚରେ ଲୋକ ଗୀତ ଓ ଲୋକ ନୃତ୍ୟର ବିଭିନ୍ନ ଝଲକ ଉପସ୍ଥାପନା କରିଥିଲେ । ମଞ୍ଚରେ ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ସମାରୋହରେ ବଡ଼ କର୍ଲାକୋଟ ସରପଞ୍ଚ ଚଞ୍ଚଳା ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅଞ୍ଚଳର ଗୌରବମୟ ସାଂସ୍କୃତିକ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହିତ ବିଦ୍ୟାଳୟ ପ୍ରତି ଜନସାଧାରଣ ଙ୍କ ସହଯୋଗକୁ ପ୍ରଶଂସା କରିଥିଲେ । ପରିଚାଳନା ସଭାପତି ଘାସିରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବି ଆର ସି ସି ସୁରେନ୍ଦ୍ର ମୋହନ ଯୋଷୀ, ଏ ବି ଇ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଖମାରୀ, ସହ ଶିକ୍ଷକ ଆଦିତ୍ୟ ଖମାରୀ, ସାମ୍ବାଦିକ ଅଶ୍ରଫ ଅଲ୍ଲୀ ସି ଆର ସି ସି ସିଦ୍ଧାର୍ଥ ମିଶ୍ର, ଶିକ୍ଷକ ଅନିଲ ପଟ୍ଟନାୟକ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ସମ୍ବର୍ଦ୍ଧିତ ହୋଇଥିଲେ । ଶିକ୍ଷୟିତ୍ରୀ ସେଞ୍ଚୁରୀ ମାଝୀ, ବିଶିଷ୍ଟ କଳାକାର ମାନସ ନେଗୀ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ମଞ୍ଚ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରିଥିଲେ । ଶିକ୍ଷକ ଜ୍ୟୋତି ରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.