ବିଜେପୁର ବିଇଓଙ୍କୁ ଭଵ୍ୟ ସମ୍ବର୍ଦ୍ଧିନା

ବରଗଡ, (ନିରୋଜ କୁମାର ପାଣୀ) : ଵରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଵେ ଯୋଗଦାନ କରିଥିବା ବଲ୍ଲଭ ମେହେରଙ୍କୁ ବ୍ଲକ ସିଆରସିସି ସଂଘ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘ ସଭାପତି ବାସୁଦେବ ପଧାନ ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିବାକର ଵରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ବିଇଓ ସିଆରସିସି ମାନଙ୍କ ସହିତ ବ୍ଲକର ଶୈକ୍ଷିକ ବାତାବରଣ ଉପରେ ଆଲୋଚନା କରିଥିଲେ । ସମସ୍ତଙ୍କ ସହଯୋଗରେ ବ୍ଲକରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ଦିଗରେ ପ୍ରୟାସ କରିବି ଵୋଲି ଵିଇଓ ବଲ୍ଲଭ ମେହେର ପ୍ରକାଶ କରିଥିଲେ । ୧୨ କ୍ଲଷ୍ଟରର ସମସ୍ତ ସିଆରସିସିମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟଙ୍କ ଅବସର ପରେ ଦୀର୍ଘଦିନ ହେଲା ଵିଇଓ ପଦଵୀ ଖାଲି ପଡିଥିଲା । ବିଳମ୍ବ ହେଲେ ସୁଦ୍ଧା ଏଠି ଜଣେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସରକାର ନିଯୁକ୍ତି କରିଥିବାରୁ ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.